Digital Dictionaries of South Asia
Purnnacandra Odia Bhashakosha
  
   ଘୋଡ଼ାବାଳ Ghoṟḍ̠ābāḻa ଦେ. ବି 1। ଘୋଡ଼ାର ଲାଞ୍ଜର ଲମ୍ବ ବାଳ— 1. The long hair of a horse's tail. 2। ଘୋଡ଼ା ଦେହର ରୋମ—2. Horse-hair.
   ଘୋଡ଼ାମାଛି Ghoṟḍ̠āmāchhi [synonym(s): ঘোড়ামাচি घूड़मक्खी] ଦେ. ବି. (ସଂ. ଘୋଟକ+ମକ୍ଷିକା) ଏକପ୍ରକାର ପାଉଁଶିଆ ରଙ୍ଗର ବଡ଼ ଡାଉଁଶ; ଡାଆଁଶ—Horse-fly. [ଦ୍ର—ଏମାନେ ଘୋଡ଼ାଙ୍କ ଦେହରେ ଲାଗିଲେ ଘୋଡ଼ା ଅତି ବିକଳ ଓ ଅସ୍ଥିର ହୁଅନ୍ତି।]
   ଘୋଡ଼ା ମାରିଦେବା Ghoṟḍ̠ā māridebā [synonym(s): ঘোড়া মারা घोड़ा मारना] ଦେ. କ୍ରି 1। ଘୋଡ଼ାରେ ଚଢ଼ି ଦୂର ଦେଶ (ସ୍ଥାନ)କୁ ଯିବା— 1. To ride to a distance. 2। ଘୋଡ଼ାରେ ଚଢ଼ି ଘୋଡ଼ାକୁ ଝପଟାଇବା— 2. To cause a horse to gallop. (ଯଥା—ସାହେବ କଟକରୁ କୁଜଙ୍ଗକୁ ଘୋଡ଼ା ମାରିଦେଲେ।)
   ଘୋଡ଼ାମୁହାଁ Ghoṟḍ̠āmuhāñ [synonym(s): ঘোড়ামুখা घुड़मुहाँ] (ଘୋଡ଼ାମୁହୀଁ—ସ୍ତ୍ରୀ) ଦେ. ବିଣ. ପୁଂ 1। ଲମ୍ବ ମୁଖବିଶିଷ୍ଟ— 1. Having a long face. 2। ନିର୍ଲଜ୍ଜ—2. Shameless. 3। ଅଯୋଗ୍ୟ—3. Worthless. କୁଳକ୍ଷୟ ବେଳକୁ ଘୋଡ଼ାମୁହାଁ ପୁଅ ଜାତ—ଢଗ।
   ଘୋଡ଼ା ଯିବା Ghoṟḍ̠ā j̄ibā ଦେ. କ୍ରି. (ଘୋଡ଼ାଇବା କ୍ରିୟାର କର୍ମବାଚ୍ୟ ରୂପ) ଆଚ୍ଛାଦିତ ହେବା—To be covered.
   ଘୋଡ଼ାରୋହା Ghoṟḍ̠ārohā ଗ୍ରା. (ପଦ୍ଯ) ବିଣ. (ସଂ. ଘୋଟକାରୋହୀ) ଅଶ୍ୱାରୋହୀ—Riding a horse. ହାତୀ ହାତୀ ଘୋଡ଼ାରୋହାଙ୍କୁ ଘୋଡ଼ାରୋହା କ୍ଷତ୍ରି ତୁଲେ କ୍ଷତ୍ରି ଯୁଝିଲେ ଟେକି ବାହା। କୃଷ୍ଣସିଂହ. ମହାଭାରତ. ଦ୍ରୋଣ।
   ଘୋଡ଼ାଲଞ୍ଜା Ghoṟḍ̠ālan̄jā ଦେ. ବି ଏକ ଜାତୀୟ ଗଛ— A kind of tree wth drooping bushy branches. [ଦ୍ର—ଏହାର ଡାଳ ଘୋଡ଼ାଲାଞ୍ଜ ପରି ଗୋଛାଗୋଛା ବା ଝାମ୍ପୁଡ଼ା ହୋଇ ତଳକୁ ଝୁଲି ଥାଏ। ଏହାର ଗଛର ଗୋଲେଇ 8 ଫୁଟ ପର୍ଯ୍ୟନ୍ତ ହୁଏ।]
   ଘୋଡ଼ାଲଣ୍ଡି Ghoṟḍ̠ālaṇḍi ଦେ. ବି ଘୋଡ଼ାର ବିଷ୍ଠା— Horse-dung.
   ଘୋଡ଼ାଲାଞ୍ଜି Ghoṟḍ̠ālān̄ji ଦେ. ବି ବର୍ଷଜୀବୀ ଘାସବିଶେଷ— Albizzia Stipulata (Haines) [ଦ୍ର—ଏହା ଲମ୍ବରେ 2 ଫୁଟରୁ 4 ଫୁଟ ପର୍ଯ୍ୟନ୍ତ ବଢ଼େ। ଏହା ବାଲିଆ ବା ଦୋରସା ମାଟିରେ ଭଲ ଜନ୍ମେ। ପ୍ରଶସ୍ତ ମୁକ୍ତ ପଡ଼ିଆ ଏହା ପାଇଁ ପ୍ରଶସ୍ତ।]
   ଗୋଡ଼ାଲିମ୍ବ Ghoṟḍ̠ālimba [synonym(s): ସଂ. ମହାନିମ୍ବ, ହିମଦ୍ରୁମ, ପର୍ବତନିମ୍ବ ঘোড়ানিম, মহানিম ड़ेक, बकायन, बेतइन, बकर्ज, महानिम्ब, धोड़ानिम ଗୁ. ବକନ ଲିମ୍ବୋଡ଼ୋ ତା. ମାଳୈ, ମାଳୈଭେପାମ ମ. ବିଲାୟତି ନିମ୍ବ, ଲିମ୍ବାରାବକାନା ନିମ୍ବ ତେ. ତରକବେପ, ମକାନିମ, କୋଣ୍ଡାଭେପା ଆ. ହିବୁଲ୍ବାଣ୍] ଦେ. ବି ଏକ ପ୍ରକାର ନିମ୍ବ ଗଛ— Melia Azadarach; Persian lilac (kirtikar). (ନିମ ତଳେ ନୋଟ ଦେଖ) (See notes under Nima)
   ଘୋଡ଼ାଶାଳ Ghoṟḍ̠āṡāḻa [synonym(s): আস্তবল घुड़साल, स्तवल] ଦେ. ବି. (ସଂ. ଘୋଟକଶାଳା) ଅଶ୍ୱଶାଳା; ଅସ୍ତାବଲ୍—Stable.
   ଘୋଡ଼ାଶୁଣ୍ଠି Ghoṟḍ̠āṡuṇṭhi ଦେ. ବି ଔଷଧରେ ବ୍ଯବହୁତ ମୂଳବିଶେଷ— A kind of medicinal root or bulb.
   ଘୋଡ଼ା ସଇସ Ghoṟḍ̠ā saisa [synonym(s): সইস] ଦେ. ବି ଅଶ୍ୱପାଳ; ଅଶ୍ୱରକ୍ଷକ ଭୃତ୍ୟ— Syce; groom.
   ଘୋଡ଼ା ହେବା Ghoṟḍ̠ā hebā ଦେ. କ୍ରି. (ଘୋଡ଼ାଇବା କ୍ରିୟାର କର୍ମବାଚ୍ୟ) 1। ଘୋଡ଼ା ଯିବା (ଦେଖ) 1. Ghṟḍ̠ā j̄ibā (See) ସୋରିଷ ଫାଳକରେ ହିମବନ୍ତ ଗିରି ଘୋଡ଼ା ହୋଇଅଛି କି ଶୁଣିଛ ଦଣ୍ଡଧାରି। କୃଷ୍ଣସିଂହ. ମହାଭାରତ. ବନ। 2। (ଲକ୍ଷଣାର୍ଥ) ବହୁ ସମୟ ଛିଡ଼ା ହୋଇ ରହିବା— 2. (fig.) To stand for a long time; to dance attendance. 3। (ସଂ. ଘୋଟକାୟତେ) ମନୁଷ୍ୟ ଦୁଇହାତ ଓ ଦୁଇଗୋଡ଼ ଭୂମିରେ ଲଗାଇ ଗତି କରିବା ବା ଅବସ୍ଥାନ କରିବା— 3. (a man) To creep or stand on the ground with the help of the two knees and two hands.
   ଘୋଡ଼ିଆ Ghoṟḍ̠iā ଦେ. ବି. 1। ଘୋଡ଼ଚି (ଦେଖ) 1. Ghoṟḍ̠achi (See) 2। କବାଟ ଆଦି ବନ୍ଦ କରିବା ପାଇଁ ବ୍ଯବହୁତ ଢିଙ୍କିଆ— 2. A trigger for fastening the frames of a door or window. ଦେ. ବିଣ ଆବୃତ—Covered.
   ଘୋଡ଼ିଆଇବା Ghoṟḍ̠iāibā ଦେ. କ୍ରି. 1। ଘୋଡ଼ାଇବା କ୍ରିୟାର ଣିଜନ୍ତ ରୂପ— 1. Causative form of Ghoṟḍ̠āibā. 2। ଘୋଡ଼ାଇବା (ଦେଖ) 2. Ghoṟḍ̠āibā (See)